ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଲକ୍ଷ୍ୟ ହେଉଛି ରାଜ୍ୟରେ କମ୍ପ୍ୟୁଟର, ଯୋଗାଯୋଗ ଏବଂ ସଫ୍ଟୱେର୍ ସମେତ ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକଳାପର ବିକାଶ, ସମନ୍ୱୟ ଏବଂ ତତ୍ତ୍ୱାବଧାନ କରିବା ଏବଂ ଇଲେକ୍ଟ୍ରୋନିକ୍ସ ସମ୍ବନ୍ଧୀୟ କାର୍ଯ୍ୟକଳାପର ବିକାଶ, ସମନ୍ୱୟ ତଥା ଅନୁଧ୍ୟାନ କରିବା। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ରାଜ୍ୟରେ ଏକ ସୁନିୟୋଜିତ, ସୁଦୃଢ଼ ଏବଂ ଭବିଷ୍ୟତବାଦୀ ଭିତ୍ତିଭୂମି ବିକଶିତ କରିବାକୁ ପ୍ରୟାସ କରୁଛି, ଯାହା ସମାଜର ସମସ୍ତ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଏହା ଦ୍ୱାରା କାରବାରରେ ସହଜତା ଏବଂ ସୁବିଧା ଆସିବ,…